A Janame Prabhu Karichi Tumaku | ଏ ଜନମେ ପ୍ରଭୁ କରିଛି ତୁମକୁ
Lyrics- ଏ ଜନମେ ପ୍ରଭୁ କରିଛି ତୁମକୁ ଜୀବନର ଧ୍ରୁବତାର, ଉଷରମଧୁରେ ଅମୃତର ଧାରା ହେବିନାହିଁ ପଥହରା ||୦|| ବଞ୍ଚିବା ବଢିବା ପଥ ଦେଖାଇଲ ଜୀବନରେ ଦେଲ ସୁର, ଅଶାନ୍ତ ପରାଣେ ପ୍ରେମଧାରା ଢାଳି କଲ ଜୀବନ ସଞ୍ଚାର, ଅମା ଅନ୍ଧକାର ବୁକୁଚିରି ତୁମେ-୨ ଧନ୍ୟ କଲ ଏଇ ଧରା ||୧|| ଏମିତି କେତେ ଯେ ଜୀବନ ଯାଇଛି କାନେକାନେ ଦେଲ କହି, ବୁଝିତ ପାରିନି ତୁମ କୁହା କଥା ପାସୋରିଛି କେତେ କାହିଁ, ଏଥର ବୁଝିଛି ପରମ ଦୟାଲ-୨ ତୁମରି ପ୍ରେମର ଧାରା ||୨|| ଏ ଜନମେ ପ୍ରଭୁ....