କେଉଁ ସୁଖ ଆଉ ମାଗିବି ପ୍ରଭୁ ହେ.. ତୁମ ସଙ୍ଗ ସୁଖ ବିନା... ତୁମେ ନାହଁ ଯେଉଁ ସୁଖ ସମ୍ଭୋଗ ରେ ମହାକାଳ ଫଳ ସିନା...... (0) ମନ ଦେଲେ ତୁମ ଅଭୟ ଚରଣେ ଫୁଟେ ସେ ହୋଇ ସୁମନ ପ୍ରାଣ ଦେଲେ ତୁମ ଆଦେଶ ପାଳନେ ଚାଲେ ସେ ଲଙ୍ଘି ମରଣ.... ଜୀବନ ଅରପେ ତୁମକୁ ଯେ ପାଏ ଅମର ଜୀବନ ସିନା.....(1) ମାଗିବିନି ପ୍ରଭୁ କିଛି ମୁଁ ତୁମକୁ ମାଗିବାର ଜଣାନାହିଁ କେତେ ଯେ ମାଗିବା ଅଛି ଜୀବନରେ ମାଗିଲେ ସରିବ ନାହିଁ ଯା ପାଇଲେ ଆଉ ପାଇବା ରହେନା ଦେବ କି ସେହି କରୁଣା...(2) ଶୂନ୍ୟ ତ କାହିଁ ରଖି ନାହଁ ମୋତେ କରିଛ ସକଳ ପୂର୍ଣ୍ଣ..... କେବଳ ରଖିଛ ଦୂରରେ ତୁମକୁ ପରଖୁଛି ମୋର ମନ..... ଶୂନ୍ୟ କରିଦିଅ ତେଣୁ ମୋତେ ପ୍ରଭୁ ପାଇବି ତୁମକୁ ସିନା..... (3)
Keun sukha au magibi prabhu he Tuma sanga sukha bina Tume nahan jeun sukha sambhoga re Mahakala phala sina...... ||0|| Mana dele tuma abhaya charane Phute se hoi sumana.... Prana dele tuma adesha palane Chale se langhi marana... Jibana arape tumaku je pae Amara jibana sina..... ||1|| Magibini prabhu kichi mu tumaku Magiba ra jananahin....... Kete je magiba achi jibana re Magile sariba nahin...... Ja paile au paiba rahena Deba ki sehi karuna....... ||2|| Sunya ta kahin rakhinahan mote Karicha sakala purna....... Kebala rakhicha durare tumaku Parakhucha mora mana..... Sunya karidia tenu mote prabhu Paibi tumaku sina....... ||3||